ଗୁପ୍ତଧନ ସନ୍ଧାନ ପାଇଁ ଜଙ୍ଗଲରେ ପୂଜାପାଠ : ୫ଜଣଙ୍କୁ ଧରି ପୁଲିସ ଜିମା ଦେଲେ ଗ୍ରାମବାସୀ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲା ବେଲପାହାଡ଼ ନିକଟସ୍ଥ ଲିମଟିକ୍ରା ଜଙ୍ଗଲରେ ଗୁପ୍ତଧନ ସନ୍ଧାନ ପାଇଁ କିଛି ବ୍ୟକ୍ତି ପୂଜାପାଠ କରୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଧରିଛନ୍ତି। ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଗ୍ରାମବାସୀ ଅନ୍ୟ ୫ ଜଣଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ମୁତାବକ, ବୁଧବାର ରାତିରେ ଜଙ୍ଗଲରେ ତାନ୍ତ୍ରିକ ମାଧ୍ୟମରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା। ସ୍ଥାନୀୟ ଲୋକେ ପୂଜା ସ୍ଥଳରେ ପହଞ୍ଚିବା ପରେ ମୁଖ୍ୟ ଆସାମୀ ଫେରାର ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଗୁପ୍ତ ଧନ ସନ୍ଧାନରେ ପୂଜା କରାଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଲପାହାଡ଼ ଥାନା ଅଧିକାରୀ ରଶ୍ମିତା ବେହେରା କହିଛନ୍ତି।

Comments are closed.