ଗଛରେ ବାନ୍ଧି ନିର୍ଧୂମ ପିଟିଲେ, ପାଣି ମାଗିବାରୁ…….

ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ କାଇପଦରରେ ଏକ ଅମାନୁଷିକ କାଣ୍ଡ ଘଟିଯାଇଛି। ଜଣେ ଯୁବକଙ୍କୁ ଗଛରେ ବାନ୍ଧି ଅନ୍ୟ ଦୁଇ ଜଣ ଯୁବକ ତାଙ୍କୁ ନିର୍ଧୂମ ପିଟିଛନ୍ତି। ଏହି ଘଟଣାଟି ଚଳିତ ମାସ ୧୮ ତାରିଖରେ ଘଟିଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଆଜି ଏବିଷୟରେ ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, କାଇପଦର ଗାଁର ଏହି ଦୁଇ ଜଣ ଯୁବକଙ୍କ ସହ ନିକଟସ୍ଥ ବଙ୍ଗୀଦା ଗାଁର ଜଣେ ଯୁବକଙ୍କ ପୂର୍ବ ଶତ୍ରୁତା ଥିଲା। ଗତ ୧୮ରେ ଏହି ଦୁଇ ଜଣ ଯୁବକ ବଙ୍ଗିଦା ଗାଁର ଉକ୍ତ ଯୁବକଙ୍କୁ ତାଙ୍କ ଗାଁରୁ ଉଠାଇ ନେଇ କାଇପଦର ଏକ ନଡ଼ିଆ ଗଛରେ ବାନ୍ଧି ପକାଇଥିଲେ। ପରେ ତାଙ୍କୁ ଗୋଇଠା, ମୁଥ ସହ ଠେଙ୍ଗା ଓ କାଠ ଫାଳିଆରେ ନିର୍ଧୂମ ପିଟିଥିଲେ। ଘଟଣାସ୍ଥଳରେ ଗାଁ ଲୋକେ ଉପସ୍ଥିତ ଥିଲେ ମଧ୍ୟ କେହି ପ୍ରତିବାଦ କରି ନଥିଲେ। ମାଡ ଖାଇବା ପରେ ଜୀବନ ବିକଳରେ ଯୁବକ ଜଣଙ୍କ ପାଣି ପିଇବାକୁ ମାଗିଥିବା ବେଳେ ମାଡ଼ ମାରୁଥିବା ଯୁବକଙ୍କ ମଧ୍ୟରୁ ଜଣେ ତାଙ୍କ ମୁହଁରେ ପରିସ୍ରା କରିଥିଲେ। ଏଭଳି ଏକ ଅମାନୁଷିକ କାଣ୍ଡକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Comments are closed.