ଗାଁ ସମସ୍ୟାର ପ୍ରତିକାର ପାଇଁ ଦାବିପତ୍ର

କୁଚିଣ୍ଡା : ଶିରିଡ ପଞ୍ଚାୟତ କୁଇଲାରୀ ଯୋର ଗାଁ ଆଦିବାସୀ ବହୁଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ରହିଥିଲେ ମଧ୍ୟ ସରକାରଙ୍କ ଆବଶ୍ୟକ ପଦକ୍ଷେପ ଅଭାବରୁ ଏହା ଅବହେଳିତ ହୋଇ ପଡିଥିବା ଅଭିଯୋଗ ହୋଇଛି। ଏହାର ନିରାକରଣ ଦାବିରେ ଆଜି ଗ୍ରାମବାସୀ କୁଚିଣ୍ଡା ଉପଜିଲାପାଳଙ୍କୁ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଜମନକିରା ବ୍ଲକ ଶିରଡ ପଞ୍ଚାୟତର କୁଇଲାରୀଯୋର, ବାଢୁନଚୁଆ ଗ୍ରାମ ଆଦିବାସୀ ,ହରିଜନ ଓ ପଛୁଆ ଶ୍ରେଣୀର ଅଧିବାସୀ ରହନ୍ତି। ଗାଁରେ ୧୨୨ଗୋଟି ପରିବାର ରହିଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ଅଭାବରୁ  ଦୁଇ ରାଜସ୍ୱ ଗାଁ ଅବହେଳିତ ହୋଇ ପଡିଛି।  ଗାଁରେ ସ୍ୱାସ୍ଥ୍ୟ ସମସ୍ୟା ପ୍ରତିକାର ପାଇଁ ଆଶାକର୍ମୀ ମଧ୍ୟ ରହିନଥିବା ଅଭିଯୋଗ ହୋଇଛି। ଫଳରେ ସଂପ୍ରତି କରୋନା ବା ବିଭିନ୍ନ ସ୍ୱସ୍ଥ୍ୟ ସମସ୍ୟା, ଗର୍ଭବତୀଙ୍କ ସମସ୍ୟା ପାଇଁ ବହୁ ସମୟରେ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏଠାର ସ୍ଥାୟୀ ପ୍ରତିକାର ପାଇଁ ଗାଁରେ ଏକ ଆଶାକର୍ମୀ ନିଯୁକ୍ତ କରିବାକୁ ଆଜି ଗ୍ରାମବାସୀ ଦାବି କରିଛନ୍ତି। ଏହି ମର୍ମରେ ଦସ୍ତଖତ ସମ୍ବଳିତ ପତ୍ର ଉପଜିଲାପାଳଙ୍କୁ ପ୍ରଦାନ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏଥିରେ ଗାଁର ଆଶା କିରନ ଲୋକ ସଂଗଠନର ସଭାପତି ହିମାଦ୍ରୀ କିସାନ, ସମ୍ପାଦକ ବନ୍ଧୁରାମ କିସାନ, ୱାର୍ଡ ସଭ୍ୟା ପଙ୍କଜିନୀ କିସାନ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲାପାଳଙ୍କ ଦାବି ପତ୍ର ପ୍ରଦାନ କରିଥିଲେ।

Comments are closed.