ବିକାଶର ବାଟ ଓଗାଳିଛି ପାହାଡ଼ି ରାସ୍ତା 

ନାକଟିଦେଉଳ : ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ବିକାଶ ପହଚିଂ ପାରି ନାହିଁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ସରାପାଲି ଗ୍ରା.ପ. ର ଦୁର୍ଗମ ତଥା ମାଓବାଦୀ ପ୍ରଭାବିତ ଡ଼େରାପଥର ଏବଂ ହିତମ ଗ୍ରାମକୁ । ସତେ ଯେପତି ଏହି ଗ୍ରାମବାସୀ ମାନେ ଭଗବାନଙ୍କ ଭରସାରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । ନାକଟିଦେଉଳ ବ୍ଲକ ସଦର ଠାରୁ ଡ଼େରାପଥର ଗ୍ରାମର ଦୁରତା ପ୍ରାୟ ୧୭କି.ମି. ହୋଇଥିବା ବେଳେ ଗ୍ରାମ ପଚାଂୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୧୩କି.ମି. ରାସ୍ତା । ଏହି ଡ଼େରା ପଥର ଗ୍ରାମଟି ରାଜସ୍ୱ ଗ୍ରାମ ହୋଇଥିବା ବେଳେ ସରାପାଲି ପଚାଂୟତର ୧୫ନଂ ୱାର୍ଡ଼ । ତେବେ ସରକାର ସମସ୍ତ ରାଜସ୍ୱ ଗ୍ରାମକୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେଇ ଆସୁଥିଲେ ମଧ୍ୟ  ଗ୍ରାମ ଦୁଇଟି ଅବହେଳାର ଶୀକାର ହୋଇ ଦୁର୍ଦ୍ଧିନ ଭିତରେ ଘଚଂ ଜଙ୍ଗଲ ଭିତରେ ଜୀବନ ବିତାଉଛନ୍ତି ।
ବର୍ତ୍ତମାନ ଡ଼େରାପଥର ଗ୍ରାମରେ ୧୦ଟି ପରିବାରର ପ୍ରାୟ ୬୦ରୁ ଉଦ୍ଧ୍ୱର୍ ଜନସାଧାରଣ ବସବାସ କରୁଥିବା ବେଳେ ହିତମ ଗ୍ରାମରେ ୭ଟି ପରିବାରର ପ୍ରାୟ ୪୦ଜଣ ଲୋକ ଆଜକୁ ଦୀର୍ଘ ୭୦ବର୍ଷରୁ ଉଦ୍ଧ୍ୱର୍ ହେଲା ବସବାସ କରିଆସୁଛନ୍ତି । ଏହି ଗ୍ରାମର ସମସ୍ତ ଜନସାଧାରଣ କନ୍ଧ ସଂପ୍ରଦାୟର ଗରୀବ ଶ୍ରେଣୀର ହୋଇଥିବା ବେଳେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କିମ୍ବା ଅନ୍ୟଗ୍ରାମରେ ମୁଲମଜୁରୀ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି ।ତେବେ ଗ୍ରାମର ମୁଖ୍ୟ ସମସ୍ୟା ହେଲା ଗମନାଗମନ,ସ୍ୱାସ୍ଥ୍ୟ,ଶିକ୍ଷା ଏବଂ ପାନୀୟ ଜଳର ସମସ୍ୟା ।ସରାପାଲି ପଚାଂୟତର ହିକପାଲି ଗ୍ରାମ ପର୍ଯ୍ୟନ୍ତ ପକ୍କା ସଡ଼କ ଥିବା ବେଳେ ସେଠାରୁ ପ୍ରାୟ ୪କି.ମି. ଦୁର ଡ଼େରାପଥର ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ହିକପାଲି ଠାରୁ ୪କି.ମି. ଦୁର ଡ଼େରାପଥର ଗ୍ରାମକୁ ଯିବାକୁ ହେଲେ ଘଚଂ ଜଙ୍ଗଲ ମଧ୍ୟରେ ପାଦଚଲା ରାସ୍ତାରେ ୫ଟି ନାଳ ପାରି ହୋଇ ଯିବାକୁ ପଡ଼ିଥାଏ । ଗ୍ରାମରେ ଥିବା ଏକ ମାତ୍ର ପ୍ରାଥମିକ ବିଦ୍ୟାଳୟ ଆଜକୁ ପ୍ରାୟ ୬ବର୍ଷ ହେଲା ସରକାରୀ ସ୍ତରରେ ବନ୍ଦ ରହିଥିବା ବେଳେ ଗ୍ରାମର ଛାତ୍ରଛାତ୍ରୀ ମାନେ ଖରା ବର୍ଷା ଶୀତରେ ୫ଟି ନାଳ ପାରି ହୋଇ ଜୀବନକୁ ବାଜି ଲଗାଇ ଜଙ୍ଗଲ ମଧ୍ୟରେ ଚାଲି ଚାଲି ଯାଇ ହିକପାଲି ସ୍କୁଲକୁ ପାଠ ପଢିବାକୁ ଯାଉଛନ୍ତି ।
ଗ୍ରାମରେ ଗତ ୬ବର୍ଷ ପୁର୍ବରୁ ସରକାରଙ୍କ ପକ୍ଷରୁ ଏକ ସୈାରଚାଳିତ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲେ ମଧ୍ୟ ବର୍ଷେ ଚାଲିବା ପରେ ୫ବର୍ଷ ହେଲା ତାହା ଅଚଳ ହୋଇ ପଡ଼ିରହିଛି । ଗ୍ରାମରେ ଥିବା ଏକ ମାତ୍ର ନଳକୁପରୁ ବାହାରୁଥିବା ପାଣି ବ୍ୟବହାର ଉପଯୋଗୀ ହେଉ ନ ଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ସବୁ ଦିନେ ନିକଟସ୍ଥ ନାଳରୁ ଚୁଆ ଖୋଳି ପିଇବା ପାଣି ସଂଗ୍ରହ କରୁଛନ୍ତି । ଏ ସଂପର୍କରେ ଯାହାକୁ ଜଣାଇଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାଁନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଗ୍ରାମକୁ ବାଇକରେ ଯିବା ପାଇଁ ଭଲ ରାସ୍ତା ଟିଏ ନ ଥିବାରୁ ଜରୁରୀ ସମୟରେ ରୋଗୀ ମାନଙ୍କୁ ଗ୍ରାମବାସୀ ମାନେ ଖଟିଆରେ ବୋହି ଚାଲି ଚାଲି ୪କି.ମି. ପର୍ଯ୍ୟନ୍ତ ହିକପାଲି ଗ୍ରାମରେ ପହଚିଂ ସେଠାରୁ ଅଟୋ ଭଡ଼ା କରି ନାକଟିଦେଉଳ ଡ଼ାକ୍ତରଖାନାକୁ ନେଇଥାନ୍ତି । ଗ୍ରାମର ସମସ୍ତ ଜନସାଧାରଣ ବିପିଏଲ ଶ୍ରେଣୀର ହୋଇଥିଲେ ମଧ୍ୟ ଜାନକୀ ଦେହୁରୀ,ରବିନ୍ଦ୍ର ଝାଙ୍କର,ଦୀର୍ଯ୍ୟୁ ଦେହୁରୀ,ଅଭିମନ୍ୟୁ ଝାଙ୍କର,କଳାକର ଭୋଇ ଏବଂ ସୁଦାମ ଦେହୁରୀ ଆଦି ରାସନ କାର୍ଡ଼ କିମ୍ବା ବିଜୁୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ଼ ପାଇବାରୁ ବଚିଂତ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ବିଦ୍ୟୁତ ଆଲୁଅର ଲୁଚକାଳି ଖେଳ ସାଙ୍ଗକୁ ଘଚଂ ଜଙ୍ଗଲ ମଧ୍ୟରେ ହିସ୍ରଂ ଜନ୍ତୁଙ୍କ ବିକଟାଳ ଶବ୍ଦରେ ଆତଙ୍କିତ ଗ୍ରାମବାସୀ ସଞ୍ଜ ନ ହେଉଣୁ ଘରର ତାଟିକବାଟ ବନ୍ଦ କରି ଶୋଇ ପଡ଼ୁଛନ୍ତି । ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ପାଇ ପାରି ନ ଥିବା ଅଭିଯୋଗ କରିଛନ୍ତି ।ସମସ୍ତ ଗ୍ରାମକୁ ପକ୍କା ସଡ଼କ ସହ ଶିକ୍ଷା,ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ପରି ସରକାରଙ୍କ ଏ ସବୁ ଯୋଜନାରୁ ମାଇଲ ମାଇଲ ଦୁରରେ ଡ଼େରାପଥର ଏବଂ ହିତମ ଗ୍ରାମ ।

Comments are closed.