ଠଣଠଣା ଗ୍ରାମ୍ୟ ଉଦ୍ୟାନକୁ ଉଦ୍‍ଘାଟନ କଲେ ମନ୍ତ୍ରୀ ସମୀର ଦାଶ

ପିପିଲି : ପିପିଲି ବ୍ଲକ ଦୁର୍ଗାଦାଶପୁର ପଞ୍ଚାୟତ ଅନ୍ତର୍ଗତ ଠଣଠଣା ଗ୍ରାମରେ ୨୦ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ‘ଆମ ଗାଁ ଉଦ୍ୟାନ’କୁ ବୁଧବାର ଅପରାହ୍ନରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍‍ଘାଟନ କରିଛନ୍ତି। ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୫ଲକ୍ଷ ଟଙ୍କା ଓ ପଞ୍ଚାୟତ ପାଣ୍ଠିରୁ ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଗ୍ରାମ୍ୟ ଉଦ୍ୟାନ ଦ୍ୱାରା ସମଗ୍ର ପଞ୍ଚାୟତବାସୀ ଉପକୃତ ହେବେ। ଏହି ଉଦ୍‍ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ଜିଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ଦାଶ, ପିପିଲି ବ୍ଲକ ସହକାରୀ ଯନ୍ତ୍ରୀ ବସନ୍ତ କୁମାର ସାହୁ, ସରପଞ୍ଚ ବାସନ୍ତୀ ବେହେରା, ସମିତି ସଭ୍ୟା ସୁଚିତ୍ରା ଚଉଁରୀ, ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ବରିଷ୍ଠ ନେତା ସଦାଶିବ ଦାଶ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଯୁବନେତା ନାରାୟଣ ସ୍ୱାଇଁ, ବିଶ୍ୱଜିତ ଦାଶ, କିଶୋର ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.