ଭିଜିଲାନ୍ସ ଜାଲରେ ବିଦ୍ୟୁତ୍ ବିଭାଗ କର୍ମଚାରୀ

0

ବ୍ରହ୍ମପୁର: ବିଦ୍ୟୁତ୍ ବିଭାଗର କାର୍ୟ୍ୟରତ କର୍ମଚାରୀ ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ପାତ୍ରପୁରର କାର୍ୟ୍ୟରତ ବିଦ୍ୟୁତ୍ ବିଭାଗର କର୍ମଚାରୀ ଗିରିଧର ମହାପାତ୍ର ଗ୍ରାହକ ପାତ୍ରପୁର ନୂଆସାହିର ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଠାରୁ ଲାଇନ୍ ସେବା ଯୋଗାଇ ଦେବା ନିମନ୍ତେ ୩୫ଶହ ଟଙ୍କା ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ପୂର୍ବରୁ ଉକ୍ତ ଗ୍ରାହକ ଭିଜିଲାନ୍ସ ଅଫିସରେ ଏନେଇ ଅଭିଯୋଗ କରିଥିଲେ । ଫଳରେ ଭିଜିଲାନ୍ସର ଏକ ଟିମ୍ ପାତ୍ରପୁର ଅଫିସ୍ ନିକଟରେ ଜଗି ରହିଥିଲେ । ଗ୍ରାହକ ପ୍ରକାଶ ୩୫ଶହ ଟଙ୍କା ଗିରିଧାରୀଙ୍କୁ ଦେଉଥିବା ସମୟରେ ଭିଜିଲାନ୍ସ ଧରିଥିଲେ । ଗିରିଧାରୀଙ୍କୁ ସେଠାରୁ ଗିରଫ କରି ବ୍ରହ୍ମପୁର ସ୍ଥିତ କାର୍ୟ୍ୟାଳୟରେ ଘଟଣାର ଅଧିକ ପଚରା ଉଚରା କରାଯାଉଥିବା ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ କହିଛନ୍ତି । ଏନେଇ ଭିଜିଲାନ୍ସ ୩୩/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଛି ।

Leave A Reply