ଓଭାଲରେ ବିଜୟ ମାଲ୍ୟା 

ଲଣ୍ଡନ : ଲଣ୍ଡନର ଓଭାଲଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ବିଶ୍ୱ କପ୍ କ୍ରିକେଟର ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେଉଛି । ତେବେ ଏହି ମ୍ୟାଚ ଦେଖିବା ପାଇଁ  ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଓଭାଲରେ ପହଞ୍ଚିଛନ୍ତି । ତାଙ୍କୁ ପଡିଆ ବାହାରେ ଦେଖିବାକୁ ମିଳିଥିଲା । ସେ ଗଣମାଧ୍ୟମକୁ କହିଛନ୍ତି କି, ମୁଁ ମ୍ୟାଚ ଦେଖିବାକୁ ଆସିଛି । ମାଲ୍ୟା କ୍ରିକେଟକୁ ବହୁତ ଭଲ ପାଆନ୍ତି । ଆଇପିଏଲରେ ମଧ୍ୟ ସେ ଗୋଟିଏ କ୍ରିକେଟ ଦଳର ସତ୍ବାଧିକାରୀ ଥିଲେ।

ସୂଚନାଯୋଗ୍ୟ, ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଏବେ ଲଣ୍ଡନରେ ରହୁଛନ୍ତି ।  ୯ହଜାର କୋଟି ବ୍ୟାଙ୍କ ଋଣ ଜାଲିଆତି କରି ପଳାୟନ କରିଥିବା ମାଲ୍ୟାଙ୍କ ବିରୋଧରେ ଇଡି ଏବଂ ସିବିଆଇ ପକ୍ଷରୁ ତଦନ୍ତ ଜାରୀ ରହିଛି। ତାଙ୍କୁ ଭାରତକୁ ଫେରାଇ  ଆଣିବା ପାଇଁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Comments are closed.