ଲାଞ୍ଚ ନେଇ ଧରାପଡ଼ିଲେ ପୁରୀ ସେସୁ ବିଭାଗର କିରାଣୀ

ପୁରୀ: ପୁରୀ ସେସୁ ବିଭାଗର ଜଣେ କର୍ମଚାରୀ ଲାଞ୍ଚ ନେଉଥିବା ବେଳେ ସୋମବାର ଭୁବନେଶ୍ବର ଭଜିଲାନ୍ସ ହାତରେ ଧରାପଡ଼ିଛିନ୍ତି। ତାଙ୍କ ନାମ ସୁରେନ୍ଦ୍ର ନାୟକ ସେସୁ ବିଭାଗର କିରାଣି ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସୁର୍ଯ୍ୟ ପ୍ରସାଦ ମିଶ୍ର ତାଙ୍କ ପୁରହିତପୁର ଗ୍ରାମରେ ଥିବା ଟ୍ରାନ୍ସଫରମରଟି ଅଧିକ ବିଦ୍ୟୁତ ପରିବହନ ସକ୍ଷମ ହୋଇ ନ ଥିବାରୁ ଏକ ନୂତନ ଟ୍ରାନ୍ସଫର ବସାଇବା ପାଇଁ  ସେସୁ ବିଭାଗକୁ  ଯାଇଥିଲେ।  ସେଠାରେ ସେ ସେସୁ ବିଭାଗର କ୍ଲର୍କ ସୁରେନ୍ଦ୍ରଙ୍କୁ ଭେଟିଥିଲେ। ସୁରେନ୍ଦ୍ର ତାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ଏହାପରେ ସେ ପାଖରେ ଥିବା ଚା’ ଦୋକାନୀ ନରେନ୍ଦ୍ର ବିଶ୍ୱାଳଙ୍କ ଜରିଆରେ ଦେଇଥିଲେ। ଖବର ପାଇ ଭୁବନେଶ୍ବର ଭିଜିଲାନ୍ସ ଚଢ଼ାଉ କରିଥିଲା। ଘଟଣା ସ୍ଥଳରୁ ୧୦ ହଜାର ଟଙ୍କା ସହ ସମ୍ପୃକ୍ତ କିରାଣୀ ଏବଂ ଚା’ଷ୍ଟଲର ମାଲିକଙ୍କୁ ଗିରଫ କରିଛି।

 

Comments are closed.