ଦକ୍ଷିଣରେ କଂଗ୍ରେସକୁ ଆଉ ଏକ ଧକ୍କା: ଦଳ ଛାଡ଼ିଲେ ବିଜୟାଶାନ୍ତି, ବିଜେପିରେ ଯୋଗଦେବା ସମ୍ଭାବନା ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର By Ranjit Mohanty Last updated Dec 6, 2020 Share ତେଲଙ୍ଗାନାରେ ପୁଣି କଂଗ୍ରେସକୁ ଲାଗିଛି ଆଉ ଏକ ବଡ଼ ଧକ୍କା । ଦୁଇଦିନ ତଳେ ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ କଂଗ୍ରେସ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିବାର ଦୁଇଦିନ ପରେ ଦଳର ନେତ୍ରୀ ତଥା ଅଭିନେତ୍ରୀ ବିଜୟାଶାନ୍ତି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ବିଜେପିରେ ଯୋଗ ଦେବା ସମ୍ଭାବନା ରହିଛି ବୋଲି କୁହାଯାଉଛି । କିଛିଦିନ ତଳେ ଦକ୍ଷିଣଭାରତର ଲୋକପ୍ରିୟ ଅଭିନେତ୍ରୀ ଖୁସବୁ ସୁନ୍ଦର କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବାବେଳେ ତାଙ୍କ ପଥ ବିଜୟାଶାନ୍ତି ଅନୁସରଣ କରିଥିବା କୁହାଯାଉଛି । ବିଜୟାଶାନ୍ତିଙ୍କ ଇସ୍ତଫା ଦେବା ପଛରେ ଅନେକ କାରଣ ରହିଛି । ଗତ କିଛିମାସ ହେଲା ସେ ଦଳୀୟ ନେତାମାନଙ୍କ ବ୍ୟବହାର ଓ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡ଼ିଥିଲେ । ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉ ନ ଥିଲେ । ଆଉ ହାଇଦ୍ରାବାଦ ପୌର ନିର୍ବାଚନ ପରେ ଏହାର ବାଟ ଖୋଲିଗଲା ବୋଲି ଅନେକ କହୁଛନ୍ତି । Related Posts ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟଙ୍କ ଚାକିରି… Jan 22, 2021 ଦେବଦୂତ୍ତ ସାଜିଲେ ବୋଟ ଆମ୍ବୁଲାନ୍ସ କର୍ମଚାରୀ;… Jan 22, 2021 ଆସନ୍ତା କାଲି ସେ ଦିଲ୍ଲୀରେ ବିଜେପିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଏହି ସୂତ୍ରରୁ ସୂଚନା ମିଳିଛି । ଏଥିପାଇଁ ସେ ଦିଲ୍ଲୀ ଯାତ୍ରା କରିଛନ୍ତି । ଅଭିନେତ୍ରୀ ବିଜୟାଶାନ୍ତି ବିଜେପିରେ ସାମିଲ୍ ହେବା ଦିଲ୍ଲୀରେ ପହଞ୍ଚିବା ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ସୋମବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜୟାଶାନ୍ତି ବିଜେପିରେ ସାମିଲ ହେବେ। ଏଥିପାଇଁ ମଧ୍ୟ ତେଲଙ୍ଗାନା ବିଜେପି ମୁଖ୍ୟ ସଞ୍ଜୟ କୁମାର ମଧ୍ୟ ଆଜି ହାଇଦ୍ରାବାଦରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। Share FacebookTwitterWhatsApp