ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଲେ ଲଣ୍ଡନ କୋର୍ଟ

0

ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ  ମଞ୍ଜୁରୀ ଦେଲେ ଲଣ୍ଡନ  କୋର୍ଟ

ଲଣ୍ଡନ . – ବିଜୟ ମାଲ୍ୟାଙ୍କୁ ଭାରକୁ ପ୍ରତ୍ୟର୍ପଣ କରିବା ପାଇଁ ଲଣ୍ଡନ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଗତ ବର୍ଷଠାରୁ ସେ ଗିରଫ ହେବା ପରେ ଲଣ୍ଡନର ଏକ କୋର୍ଟରୁ ଜାମିନ ପାଇଥିଲେ। ଏହାପର ଠାରୁ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ  ମାମଲା ଚାଲିଥିଲା । ଏବେ ତାଙ୍କୁ ଭାରତକୁ ଆଣିବା ପାଇଁ  ଲଣ୍ଡନର ଏକ ଅଦାଲତ ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ କିଙ୍ଗ ଫିସର୍‌ ଏୟାରଲାଇନସ୍‌ ପାଇଁ  ବିଜୟ ମାଲ୍ୟା ପ୍ରାୟ ୯୦୦୦ ଟଙ୍କାର ଋଣ ଓ ବେଆଇନ ଅର୍ଥ କାରବାର ଅଭିଯୋଗ ହୋଇଥିଲା । ଏହାପରେ ସେ ଦେଶ ଛାଡି ଚାଲିଯାଇଥିଲେ । ଲଣ୍ଡନ ନିକଟରେ ଥିବ ଏକ ଭବ୍ୟ ପ୍ରାସାଦରେ ସେ ରହୁଛନ୍ତି । ମାଲ୍ୟା ତାଙ୍କ ବିରୋଧରେ କରାଯାଇଥିବା ବିଭିନ୍ନ ମାମଲା ରାଜନୀତି ଦ୍ୱାରା ପ୍ରେରିତ ବୋଲି କହିଛନ୍ତି । କିଛିଦିନ ତଳେ ସେ ସମସ୍ତ ଟଙ୍କା ଫେରାଇ ଦେବେ ବୋଲି ଟ୍ୱିଟ୍‌ କରିଥିଲେ । ମାଲ୍ୟାଙ୍କ ନିକଟରେ ଉପର ଅଦାଲତକୁ ଯିବା ପାଇଁ ସମୟ ଦିଆଯାଇଛି । ତେବେ ମାଲ୍ୟାଙ୍କ ପ୍ରତ୍ୟର୍ପଣ  ଭାରତର ତଦନ୍ତକାରୀ ସଂସ୍ଥାମାନଙ୍କ ପାଇଁ ଏକ  ସଫଳତା  ବୋଲି ବିବେଚନା  କରାଯାଉଛି।

Leave A Reply