ଋଣ ଟଙ୍କା ଫେରାଇବେ ମାଲ୍ୟା

0

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କରୁ ଋଣ ନେଇ ବିଦେଶକୁ ପଳାଇ ଯାଇଥିବା ବିଜୟ ମାଲ୍ୟା ଅଚାନକ ଋଣ ପରିଶୋଧ କରିବାକୁ ରାଜି ହୋଇଯାଇଛନ୍ତି। ବିଜୟ ମାଲ୍ୟା ବୁଧବାର ସୋସିଆଲ ସାଇଟ୍‍ ଟ୍ୱିଟରରେ ଟ୍ୱିଟ୍‍ କରି ଋଣ ଟଙ୍କା ପରିଶୋଧ କରିବାକୁ ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି। କିନ୍ତୁ ସେ ସୁଧ ଦେବାକୁ ଅସମର୍ଥ ବୋଲି ପ୍ରକାଶ କରିଛନ୍ତି। ଶତପ୍ରତିଶତ ମୂଳଧନ ଫେରାଇ ଦେବାର ପ୍ରତିଶ୍ରୁତି ଦେବା ସହ ଭାରତୀୟ ମିଡିଆ ଓ ନେତା ତାଙ୍କ ସହ ପକ୍ଷପାତିତା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ମାଲ୍ୟାଙ୍କ ନାମରେ ଅଦ୍ୟାବଧି ୯ହଜାର କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗ ରହିଛି।
ବିଜୟ ମାଲ୍ୟା ଟ୍ୱିଟ୍‍ କରି କହିଛନ୍ତି, କିଂଫିସର କମ୍ପାନୀ ୩୦ବର୍ଷ ଧରି ଭାରତରେ ବ୍ୟବସାୟ କରୁଛି। ଏପରିକି କିଂଫିସର ଏୟାରଲାଇନ୍ସ ମଧ୍ୟ ଭାରତରେ ବ୍ୟବସାୟ କରିବା ସହ ସରକାରଙ୍କୁ ଶତ ପ୍ରତିଶତ ଟିକସ ପ୍ରଦାନ କରୁଥିଲା। ତେବେ ଏୟାରଲାଇନ୍ସ ବୁଡ଼ିଯିବାରୁ ତାଙ୍କୁ ଋଣ ପରିଶୋଧ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ତଥାପି ବ୍ୟାଙ୍କରୁ ନେଇଥିବା ଅର୍ଥକୁ ଫେରାଇବାକୁ ସେ ପ୍ରସ୍ତୁତ। ଯେପରି ବ୍ୟାଙ୍କର କୌଣସି କ୍ଷତି ନହୁଏ ଏଥି ପ୍ରତି ସେ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେବା ସହ ଏହାକୁ ସ୍ୱୀକାର କରିବାକୁ ଅନୁରୋଧ କରିଛନ୍ତି।
ତୈଳ ମୂଲ୍ୟ ବୃଦ୍ଧି କିଂଫିସର ଏୟାରଲାଇନ୍ସକୁ ବୁଡ଼ାଇ ଦେଲା ବୋଲି ମାଲ୍ୟା କ୍ଷୋଭ ପ୍ରକାଶ କରିଛନ୍ତି। ଭାରତରେ ବ୍ୟବସାୟ କରୁଥିବା ସମୟରେ କିଂଫିସର ଏୟାରଲାଇନ୍ସକୁ ଅଶୋଧିତ ତୈଳ ପ୍ରତି ବ୍ୟାରେଲ ପିଛା ୧୪୦ଡଲାରର ସାମ୍ନା କରିବାକୁ ପଡ଼ିଥିଲା। କ୍ଷତି ବଢିବାରେ ଲାଗିଲା ଓ ବ୍ୟାଙ୍କର ଟଙ୍କା ଏଥିରେ ଖର୍ଚ୍ଚ ହେବାରେ ଲାଗିଲା।

Leave A Reply