ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲା ଲଣ୍ଡନ ଉଚ୍ଚ ନ୍ୟାୟାଳୟ

ଲଣ୍ଡନ : ପଳାତକ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନର ଉଚ୍ଚ ଅଦାଲତ ସୋମବାର ଦେବାଳିଆ ଘୋଷଣା କରିଛି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ନେତୃତ୍ବ ଭାରତୀୟ ବ୍ୟାଙ୍କ ସମୂହ ପକ୍ଷରୁ ଦାୟର ମାମଲାର ବିଚାର କରି ଅଦାଲତ ଏହି ଘୋଷଣା କରିଛନ୍ତି। ଅଦାଲତଙ୍କ ଏହି ଘୋଷଣା ଏସ୍‌ବିଆଇକୁ ଏକ ପ୍ରକାର ବିଜୟ ମିଳିଛି। ଏହାଦ୍ବାରା ଏସ୍‌ବିଆଇ ଭାରତରେ ଥିବା ମାଲ୍ୟାଙ୍କ ସମ୍ପତ୍ତିକୁ ଜବତ କରିପାରିବ। ମାଲ୍ୟା ତାଙ୍କର କିଙ୍ଗ ଫିସର ଏୟାରଲାଇନ୍ସ ପାଇଁ ଏସବିଆଇ ସମେତ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଋଣ ନେଇ ବିଦେଶ ପଳାଇଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ବିରୋଧରେ ମାଲ୍ୟା ଆବେଦନ କରିବାକୁ କହିଥିବାବେଳେ ଅଦାଲତ ଏଥିପାଇଁ ଅନୁମତି ଦେଇ ନାହାନ୍ତି।

Comments are closed.