ବିଜୟ ମାଲ୍ୟାଙ୍କ ଟ୍ବିଟ୍‌- ସବୁ ଋଣ ପରିଶୋଧ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତରେ ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟା ପୁଣି ଥରେ ଟ୍ବିଟ୍‌ ନିଜର ସମସ୍ତ ଋଣ ଟଙ୍କା ଫେରସ୍ତ କରିବାକୁ କହିଛନ୍ତି। ତେବେ ବ୍ୟାଙ୍କ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ସହଯୋଗ କରୁ ନ ଥିବା ସେ କହିଛନ୍ତି।

ମାଲ୍ୟା ଲେଖିଛନ୍ତି, ଭାରତ ସରକାର ପୂରା ଦେଶକୁ ଲକ୍‌ଡାଉନ କରିଛନ୍ତି, ଯାହା କେହି ଚିନ୍ତା କରି ନ ଥିଲେ। ମୁଁ ଏହାର ସମ୍ମାନ କରଉଛି। କିନ୍ତୁ ଏହା କାରଣରୁ ମୋର ସମସ୍ତ  କମ୍ପାନୀର କାମ ଠପ୍‌ ହୋଇଯାଇଛି। ସମସ୍ତ ପ୍ରକାର ମାନୁଫାକ୍ଚରିଂ ବନ୍ଦ ରହିଛି। ଏହା ସତ୍ବେ ଆମେ ନିଜର କର୍ମଚାରୀମାନଙ୍କୁ ଘରକୁ ପଠାଇ ନାହୁଁ। ସେମାନଙ୍କ ସମସ୍ତ ଖର୍ଚ୍ଚ ବହନ କରୁଛୁ। ସରକାରଙ୍କୁ ବି ଆମକୁ ସହାୟତା କରିବାକୁ ପଡ଼ିବ। ଏହା ବ୍ୟତୀତ ସେ ଆହୁରି ଲେଖିଛନ୍ତି, ବ୍ୟାଙ୍କ ଋଣ ପରିଶୋଧ କରିବା ଲାଗି ମୁଁ ଅନେକ ଥର ଅଫର ଦେଇଛି। କିନ୍ତୁ ବ୍ୟାଙ୍କ ଟଙ୍କା ନେବାକୁ ପ୍ରସ୍ତୁତ ନାହିଁ କି ପ୍ରବର୍ତ୍ତନ ନିର୍ଦେଶାଳୟ ସହଯୋଗ କରୁନାହିଁ। ଏଭଳି ସଙ୍କଟ ସମୟରେ ଅର୍ଥମନ୍ତ୍ରୀ ମୋ କଥା ଶୁଣିବେ ବୋଲି ମୋର ଆଶା ଅଛି।

Comments are closed.