ଭିଜିଲାନ୍ସ ପଞ୍ଝାରେ ଜୁନିଅର ଆକାଉଣ୍ଟାଣ୍ଟ

ବାରିପଦା: ୨୫ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜୁନିଅର ଆକାଉଣ୍ଟାଣ୍ଟ। ବାଦାମପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜୁନିଅର ଆକାଉଣ୍ଟାଣ୍ଟ ହିମାଂଶୁ ପଣ୍ଡା ବକେୟା ଦରମା କରାଇ ଦେବାକୁ ଲାଞ୍ଚ ନେଲାବେଳେ ଧରାପଡ଼ିଲେ। ଭିଜିଲାନ୍ସ ପକ୍ଷରୁ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଏହାପରେ ଜୁନିଅର ଆକାଉଣ୍ଟାଣ୍ଟ ହିମାଂଶୁ ପଣ୍ଡାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.