ଢେଙ୍କାନାଳ ଜିଲା ସଂସ୍କୃତି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଢେଙ୍କାନାଳ ଜିଲା ସଂସ୍କୃତି ଅଧିକାରୀ ଶୁକ୍ର ସ୍ବାଇଁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସଂସ୍କୃତି ଅଧିକାରୀ ଶୁକ୍ର ସ୍ବାଇଁଙ୍କ ଘର ଓ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ବାଇଁଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସଂସ୍କୃତି ଅଧିକାରୀ ଶୁକ୍ର ସ୍ବାଇଁଙ୍କ ଢେଙ୍କାନାଳସ୍ଥିତ କାର୍ଯ୍ୟାଳୟ, ବାସଭବନ, ଭୁବନେଶ୍ଵରରେ ଥିବା ପୈତୃକ ଘର, ଏକ କମ୍ପ୍ୟୁଟର ସେଣ୍ଟର, ବ୍ରହ୍ମପୁର ଶକ୍ତିନଗରରେ ଥିବା ଘର ଓ ଗଞ୍ଜାମ ଜିଲା କୋଦଳାରେ ଥିବା ଘର ଉପରେ ଚଢ଼ାଉ କରାଯାଇଛି। ସ୍ବାଇଁ ଗଞ୍ଜାମ ଜିଲାର ସଂସ୍କୃତି ଅଧିକାରୀ ଭାବେ କାର୍ଯ୍ୟ କରୁଥିବାବେଳେ କିଛିମାସ ପୂର୍ବେ ଢେଙ୍କାନାଳକୁ ବଦଳି ହୋଇଥିଲେ।

Comments are closed.