ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

ଭଦ୍ରକ: ଭଦ୍ରକ ଗ୍ରାମ୍ୟ ଉନ୍ନୟମ ବିଭାଗ(୧)ର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଗୁରୁବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସେ କଣ୍ଟ୍ରାକ୍ଟର ଦିଗମ୍ବର ଦାସଙ୍କର ପ୍ରାୟ ୮ ଲକ୍ଷ ଟଙ୍କାର ବିଲ୍‌କୁ ଅନ୍‌ଲାଇନ୍‌ ଏଣ୍ଟ୍ରି ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଦିଗମ୍ବରଙ୍କ ଆର୍ଥିକ ବର୍ଷ ୨୦୧୭-୧୮ ମସିହା ପାଇଁ ସାଳନ୍ଦୀ ବନ୍ଧ ଠାରୁ ତୁମ୍ଭାପାଦୀ ଓ ଦୈସିଂ ଠାରୁ କୁଡିମାଳ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାର ପ୍ରାୟ ୮ ଲକ୍ଷ ଟଙ୍କାର ବିଲକୁ ଅନଲାଇନ ଏଣ୍ଟ୍ରି କରାଇଦେବା ପାଇଁ ପ୍ରିୟବ୍ରତ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ କଣ୍ଟ୍ରାକ୍ଟର ଦିଗମ୍ବର ଭଦ୍ରକ ଭିଜିଲାନ୍ସର ସହାୟତା ଲୋଡ଼ିଥିଲେ। ଯୋଜନା ମୁତାବକ ଆଜି ସକାଳୁ ଭଦ୍ରକ ଗ୍ରାମ୍ୟ ଉନ୍ନୟମ ବିଭାଗ(୧) କାର୍ଯ୍ୟାଳୟ ଖୋଲିବା ପରେ ଦିଗମ୍ବର ପ୍ରିୟବ୍ରତଙ୍କୁ ୩୦ ହଜାର ଟଙ୍କା ଦେଉଥିବା ବେଳେ ଟଙ୍କା ସହ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

 

Comments are closed.