ଭିଜିଲାନ୍ସ ହାତରେ ଧରାପଡ଼ିଲେ ଛାଣିପୁର ହାଇସ୍କୁଲ କିରାଣୀ

ସାଲେପୁର: ବିଜ୍ଞାନ ପ୍ରକଳ୍ପ ବାବଦରେ ମିଳିଥିବା ଟଙ୍କାରୁ ୪ହଜାର ଟଙ୍କା ଛାଣିପୁର ହାଇସ୍କୁଲର କିରାଣୀ ଅରୁଣ କୁମାର ପରିଡ଼ା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଥିବା ଜଣାପଡିଛି। ସ୍ଥାନୀୟ ସାତବାଟି ଗ୍ରାମର ଜଣେ ଛାତ୍ରୀଙ୍କ ଅଭିଭାବକ ଅରୁଣ କୁମାର ପରିଡାଙ୍କ ଅଭିଯୋଗ ଅନୁସାରେ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍‌ ଆଜି ସାଲେପୁର ବ୍ଲକର ଛାଣିପୁର ହାଇସ୍କୁଲରେ ପହଞ୍ଚିଥିଲା। ୪ ହଜାର ଟଙ୍କା ନେଉଥିଲା ବେଳେ ପୂର୍ବରୁ ଜଗିଥିବା ଭିଜିଲାନ୍ସ ଟିମ୍ ହଠାତ ଅରୁଣଙ୍କୁ ମାଡିବସି ତାଙ୍କଠାରୁ ଚାରି ହଜାର ଟଙ୍କା ଜବତ କରିବା ସହ ତାଙ୍କୁ କଟକ ନେଇଥିବା ଜଣାପଡିଛି। 

Comments are closed.