ଭିଜିଲାନ୍ସ ଜାଲରେ କିରାଣୀ

ବାଲେଶ୍ବର: ବାଲେଶ୍ବର ଟାଉନ୍‌ ଶ୍ରମ କାର୍ଯ୍ୟାଳୟର କିରାଣୀ ସତ୍ୟବ୍ରତ ବେହେରା ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରି ସତ୍ୟବ୍ରତଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କ ଲେବର ଲାଇସେନ୍ସ ରିନ୍ୟୁ କରାଇବାକୁ ସତ୍ୟବ୍ରତ ତାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି କାମ ପାଇଁ ଅନେକ ଥର ବ୍ୟକ୍ତିଜଣକ କାର୍ଯ୍ୟାଳୟକୁ ଯାଉଥିଲେ, କିନ୍ତୁ ଟଙ୍କା ନ ଦେଲେ ଲେବର ଲାଇସେନ୍ସ ରିନ୍ୟୁ ହୋଇପାରିବ ନାହିଁ ବୋଲି କିରାଣୀ ସତ୍ୟବ୍ରତ ତାଙ୍କୁ ସଫା ମନା କରିଦେଉଥିଲେ। ଫଳରେ ଅନ୍ୟ କିଛି ଉପାୟ ନ ପାଇ ବ୍ୟକ୍ତିଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ତେବେ ଆଜି ସେହି ବ୍ୟକ୍ତିଙ୍କ ଠାରୁ କିରାଣୀ ସତ୍ୟବ୍ରତ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯୋଜନା ମୁତାବକ ଭିଜିଲାନ୍ସ ଚଢାଉ କରି ତାଙ୍କୁ ଗିରଫ କରିଛି।

 

Comments are closed.