ଭିଜିଲାନ୍ସ ଜାଲରେ ରାଜଧାନୀର କୋଟିପତି କିରାଣୀ: ୭ଟି ପ୍ଲଟ, ଭୁବନେଶ୍ବର ଓ ପୁରୀରେ କୋଠା

ଚାକିରି ସିନା କିରାଣୀ , ହେଲେ ଆମଦାନୀ ଢ଼େର । ମାତ୍ର ୫୦ ହଜାର ଟଙ୍କା ଦରମା ପାଉଥିବା ଜଣେ ବ୍ୟକ୍ତିଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ଆଖି ଖୋସି ହୋଇ ଯାଇଛି । ଭୁବନେଶ୍ବର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଏହି କିରାଣୀ ଉଦୟନାଥ ଜେନାଙ୍କ ଘର ଓ ଅଫିସରେ ଚଢ଼ଉ ବେଳେ ଭିଜିଲାନ୍ସ ହାତରେ ଲାଗିଛି ୭ଟି ପ୍ଲଟ, ଭୁବନେଶ୍ବର ଓ ପୁରୀରେ କୋଠାଘର ଏବଂ ନଗଦ ଟଙ୍କା । ଏହାବ୍ୟତୀତ ବୀମା, ସୁନା ଓ ଅନ୍ୟ ସ୍ଥାବର ଅସ୍ଥାବର ସମ୍ପତ୍ତି । ତାଙ୍କ ନାମରେ ପୂର୍ବରୁ ବହୁବାର ଅଭିଯୋଗ ହୋଇଥିଲା ଓ ଆଜି ସକାଳୁସକାଳୁ ଭିଜିଲାନ୍ସ ବିଭାଗ ଚଢ଼ଉକରିଥିଲେ । ଏକ ସମୟରେ ତାଙ୍କର ସୁନ୍ଦରପଦା ଘର, କେନ୍ଦ୍ରାପଡ଼ା ପୈତୃକଘର ସହ ସରକାରୀ କାର୍ଯ୍ୟାଳୟ​‌ରେ ଚଢ଼ଉ କରାଯାଇଛି । ଚଢାଉ ବେଳେ ଶ୍ରୀ ଜେନାଙ୍କର ୧ କୋଟି ୩୨ଲକ୍ଷ ୨୭ ହଜାର ୪୫୭ ଟଙ୍କାର ଆୟ ବହିଭୂତ ସମ୍ପତ୍ତି ଆକଳନ କରାଯାଇଛି।

Comments are closed.