ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟିସ୍ଥାନରେ ଭିଜିଲାନ୍ସ ଚଢାଉ, ୫କୋଟିର ସମ୍ପତ୍ତି ଠାବ

ନବରଙ୍ଗପୁର: ଜଣେ ସହକାରୀ ଶିକ୍ଷକଙ୍କର ନବରଙ୍ଗପୁର ସହର ରାଧାକୃଷ୍ଣକଲୋନୀ ସ୍ଥିତ ବାସଭବନ ସମେତ ସହରର ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରାଯାଇଥିବାବେଳେ ପ୍ରାୟ ୫କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। କୋଷାଗୁମୁଡାବ୍ଳକ ଅନ୍ତର୍ଗତ ମୁଣ୍ଡାଗୁଡା ପିୟୁପିସ୍କୁଲରେ ଜିଲାପରିଷଦ ଶିକ୍ଷକ ଭାବେ କାର୍ଯ୍ୟରତ ସୁବ୍ରତ ଚୈାଧୂରୀ(ରିତୁ)ଙ୍କର ଦୁଇ ମହଲା ବିଶିଷ୍ଟ ବାସଭବନ ସମେତ ଏଚଡିଏଫସି ବ୍ୟାଙ୍କ ନିକଟରେଥିବା ମୋଟ ୨କୋଟି ୨୧ଲକ୍ଷ୪ମହଲା ବିଶିଷ୍ଟ ଘର, ସନ୍ତୋଷ ଇନଟେକ୍‍ କମ୍ପ୍ୟୃୁଟର ସେଣ୍ଟର, ନୂଆଚର୍ଚ୍ଚ ନିକଟରେ ଥିବା ଦୁଇମହଲା ବିଶିଷ୍ଟ ଘର, ନୂଆବନ୍ଧ ସାହିରେ ନିର୍ମାଣାଧିନ ଦୁଇ ମହଲା ବିଶିଷ୍ଟ ଘର, ରଙ୍ଗମାଟିଗୁଡାରେ ଥିବା ଦୁଇ ମହଲା ବିଶିଷ୍ଟ ଘରେ ଚଢାଉ କରାଯାଇଥିଲା। ଏହାଛଡା ୭୨୭ ଗ୍ରାମ ସୁନା, ନଗଦ ୯୫ ହଜାରଟଙ୍କା, ରିଚ୍‍ କାର ଓ ମାରୁତି ୮୦୦କାର ସହିତ ପ୍ରାୟ ୧୩ଟି ପ୍ଲଟ ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ସମ୍ପତ୍ତି ସୁବ୍ରତଙ୍କର ପତ୍ନୀ ଭାରତୀ ଚୈାଧୂରୀଙ୍କର ନାମରେ ରହିଥିବା ଭିଜିଲାନ୍ସ ଡିଏସପି ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି। ଏହାଛଡା କୋଡିଙ୍ଗା ତହସିଲରେ ତାଙ୍କର ପିତାଙ୍କ ନାମରେ ୫ଏକର ଜମି ରହିଛି। ଆୟବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ କୋରାପୁଟ(ଜୟପୁର) ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ନିର୍ଦ୍ଦେଶ ଅନୁସାରେ ଜୟପୁର ଭିଜିଲାନ୍ସ ଏସପି ହରେକୃଷ୍ଣ ବେହେରା ନିର୍ଦ୍ଦେଶକ୍ରମେ ଭବାନୀପାଟଣା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କର ନେତୃତ୍ୱରେ ରାୟଗଡା ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ, ଜୟପୁର ଡିଏସପି ହେନେରି କୁଲୁ, ମାଲକାନଗିରି ଇନ୍ସପେକ୍ଟର ଶରତ ଚନ୍ଦ୍ର ସାହୁ, ନୂଆପଡା ଇନ୍ସପେକ୍ଟର ଶିବରାମ ସାହୁ, ଜୟପୁର ଇନ୍ସପେକ୍ଟର ସୂର୍ଯ୍ୟକାନ୍ତି ଟାକ୍ରୀ, ବି. ରୁଦ୍ରିୟା, ରାୟଗଡା ଇନ୍ସପେକ୍ଟର କଳାବତୀ ବାଗ୍‍, ନବରଙ୍ଗପୁର ଇନ୍ସପେକ୍ଟର ହରେକୃଷ୍ଣ ବେହେରା, ଜୟପୁର ଏସଆଇ କେଶବ ଗରଲୁ, ଷ୍ଟେନୋ ସୂର୍ଯ୍ୟପ୍ରକାଶ ରାଓ, ଅଜିତ୍‍ ପାଢୀ, ପ୍ରକାଶ ବେହେରା, ମଣ୍ଟୁ ବେହେରା, ସନ୍ତୋଷ ପାଣିଗ୍ରାହୀ, ବିଶ୍ୱଜିତ ପଣ୍ଡା, ନିଳାଞ୍ଚଳ ଗୈାଡ, ପ୍ରମୂଖ ଚଢାଉରେ ସାମିଲ ରହିଛନ୍ତି। ଏଥିରେ ମୋଟ ୧୨ ଜଣ ସରକାରୀ ସାକ୍ଷୀ ରହିଛନ୍ତି। ତେବେ ଏହି ଚଢାଉ ପୂର୍ବାହ୍ନ ୬ଟାରୁ ଆରମ୍ଭ ହୋଇଥିବା ବେଳେ ରାତ୍ର ୯ଟା ଖବର ଲେଖିବା ପର୍ଯ୍ୟନ୍ତ ଜାରି ରହିଛି। ସମସ୍ତ ଯାଞ୍ଚ ସରିବା ପରେ ସମ୍ପତ୍ତି ସମ୍ପୂର୍ଣ୍ଣ ଆକଳନ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ସୁବ୍ରତ ଚୈାଧୂରୀ ସେ କିଛିଦିନ ପୂର୍ବରୁ ଶିକ୍ଷକ ଚାକରୀ ଛାଡିଦେଇଥିବାବେଳେ ସେ ତାଙ୍କର ପତ୍ନୀଙ୍କର ବ୍ୟବସାୟରେ କାର୍ଯ୍ୟକରୁଥିବା କହିଛନ୍ତି। ଏହି ଚଢାଉ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.