ଭିଜିଲାନ୍ସ ଜାଲରେ ଜିଆରଏସ, ଚାଲିଛି ୬ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କଳାରାହଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ଵର କଳାରାହଙ୍ଗ ଗ୍ରାମପଞ୍ଚାୟତର ଜିଆରଏସଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍‌ । ଏକକାଳୀନ ଭୁବନେଶ୍ୱରର ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଥିବା ବେଳେ ଜିଆରଏସ୍‌ ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଭିଜିଲାନ୍ସ ତନତନ କରି ଯାଞ୍ଚ କରୁଛି। ଏହି ଚଢ଼ାଉରେ ୩ଜଣ ଡିଏସ୍‌ପି ଓ ୧୦ ଜଣ ଇନିସପେକ୍ଟର ସାମିଲଥିବା ବେଳେ ଅନ୍ୟ କର୍ମଚାରୀ ମଧ୍ୟ ନିୟୋଜିତ ରହିଛନ୍ତି । ଭୁବନେଶ୍ୱରର ରଘନାଥପୁର ମାଉସୀ ମା’ ମନ୍ଦିର ନିକଟରେ ଥିବା ତିନି ମହଲା ଘର, ରଘୁନାଥପୁରରେ ଥିବା ପୈତୃକ ଘର ସହ ରଘୁନାଥପୁରରେ ଥିବା ଅନ୍ୟ ଦୁଇ ମହଲା ଘର ଓ ଗୋଟିଏ ଆଜବେଷ୍ଟସ୍‌ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଖାଲି ସେତିକି ନୁହେଁ ଭୁବନେଶ୍ଵର ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟ ସହିତ କଳାରାହାଙ୍ଗ ସ୍ଥିତ ଅଫିସରେ ମଧ୍ୟ  ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଛନ୍ତି ।

Comments are closed.