ଫରେଷ୍ଟଗାର୍ଡଙ୍କ ଘରେ ଭିଜିଲାନ୍ସ ଚଢଉ

0

ବଣାଇ : ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କୋଲଡ଼ା ବନ ବିଭାଗ କାର୍ଯ୍ୟାଳୟର ଫରେଷ୍ଟଗାର୍ଡ ମନୋରଞ୍ଜନ ମହାନ୍ତିଙ୍କ ଘର, ସମ୍ପର୍କୀୟଙ୍କ ଘର ଓ କାର୍ଯ୍ୟାଳୟ ଉପରେ ବୁଧବାର ସକାଳୁ ଭିଜିଲାନ୍ସ ଚଢଉ କରିଛି । ସକାଳ ପ୍ରାୟ ୫ଟା ସମୟରେ ଭିଜିଲାନ୍ସ ଏକାକାଳୀନ ମନୋରଞ୍ଜନ ମହାନ୍ତିଙ୍କ ବଣାଇସ୍ଥିତ ବାସଭବନ, କେଲୋସ୍ଥିତ ପୈତୃକ ଘର, ନାଗାଡ଼ିହସ୍ଥିତ ଶ୍ୱଶୁର ଘର ଓ ସରକାରୀ କାର୍ଯ୍ୟାଳୟ ଉପରେ ଚଢଉ କରିଛି। ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦେଶକ୍ରମେ ଏହି ଚଢଉ କରାଯାଇଛି । ଦେବଗଡ଼, ରାଉରକେଲା, ଝାରସୁଗୁଡ଼ା, ବରଗଡ଼ର ଭିଜିଲାନ୍ସ ଟିମ ଏହି ଚଢଉରେ ନିୟୋଜିତ ହୋଇଛନ୍ତି ।

Leave A Reply