ଭିଜିଲାନ୍ସ ଜାଲରେ ଫାଣ୍ଡି ବାବୁ : ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଫାଣ୍ଡି ବାବୁ । ଜମିବାଡ଼ି ମାମଲାରେ ଲାଗିଥିବା ଦଫା କୋହଳ ଲାଗି ବାବୁ ଲାଞ୍ଚ ନେଉଥିଲେ ।  କୋଡ଼ିଏ ହଜାର ଟଙ୍କା ଦାବି କରିଥିଲେ ଓ ଏହି ଟଙ୍କା ନେବାବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ।

ଖୋର୍ଧା ଜିଲା ଧଳାପଥର ଫାଣ୍ଡି ବାବୁ ଅଶୋକ ପଣ୍ଡା । ଜମିବାଡ଼ି ମାମଲାକୁ ନେଇ ତାଙ୍କ ଫାଣ୍ଡିରେ ରୁଜୁ ହୋଇଥିଲା ଗୋଟିଏ ମାମଲା । କଡ଼ା ଦଫା ଲାଗିଥିଲା ।  ଆଶିଷ ପଣ୍ଡା ନାମ ଜଣେ ବ୍ୟକ୍ତି ଏଥିନେଇ ଫାଣ୍ଡି ବାବୁଙ୍କ ସହାୟତା ଲୋଡ଼ିଥିଲେ । ଫାଣ୍ଡି  ଅଶୋକ ପଣ୍ଡା ତାଙ୍କର ଦଫା କୋହଳ କରିଦେବା ପାଇଁ ୨୦ ହଜାର ଟଙ୍କା ଦାବି କରିଥିଲେ ।

ଆଶିଷ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗର ସହାୟତା ଲୋଡ଼ିଥିଲେ । ଫାଣ୍ଡି ବାବୁଙ୍କୁ ଧରିବାକୁ ଭିଜିଲାନ୍ସ ଜାଲ ବସାଇଥିଲା । ଯୋଜନା ଅନୁସାରେ ରାସାୟନିକ ଲେପ ବୋଳା ୨୦ ହଜାର ଟଙ୍କା ଭିଜିଲାନ୍ସ ଆଶିଷଙ୍କୁ ଦେଇଥିଲା । ଏହି ଟଙ୍କା ଆଶିଷ ନେଇ ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡାଙ୍କୁ ଦେଇଥିଲା । ଏତିକି ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ତାଙ୍କଠାରୁ ରଙ୍ଗଲଗା ଟଙ୍କା ଜବତ କରାଯାଇଥିଲା । ଘଟଣା ପରେ ଫାଣ୍ଡି ବାବୁଙ୍କ ବାଣପୁର ବାସଭବନରେ ମଧ୍ୟ ପୁଲିସ ଚଢ଼ାଉ କରିଛି ।

Comments are closed.