ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବୀମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଥିବା ଜଣାପଡିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓ ସୁବର୍ଣ୍ଣପୁର ଭିଜିଲାନ୍ସର ମିଳିତ ଚଢଉ କରିଥିବା ଜଣାଯାଇଛି । ପୈତୃକ ଘର କେଞ୍ଝରିଆପାଲି ସମେତ ଲାତୁରପେଟରେ ଥିବା ଘରେ ଏକା ସାଙ୍ଗରେ ଚାଲିଛି ଚଢଉ ଚାଲିଥିବା ଜଣାଯାଇଛି । ସନ୍ତୋଷ ସାହୁ ବର୍ତ୍ତମାନ ପଥରଘାଟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଭାବେ କାର୍ଯ୍ୟରତ ଅଛନ୍ତି । ଲାତୁରପେଟରେ ୨ ବିଲ୍ଡିଙ୍ଗ ଘରର ସହ ୧୦ଟି ଷ୍ଟଲ ରହିଥିବାବେଳେ ଗୋଟିଏ ଚାରି ଚକିଆ ଗାଡି ମଧ୍ୟ ରହିଥିବା ପ୍ରାଥମିକ  ଜଣାପଡିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ପତ୍ତିର ଆକଳନ ଜାରି ରହିଛି । ଆକଳନ ସରିଲେ ପ୍ରକୃତ ସମ୍ପତ୍ତିର ମୂଲ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Comments are closed.