ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର: ଗଜପତି ଜିଲା ଗୁରାଣ୍ଡି ସ୍ଥିତ ମୀନକେତନ ଡିଗ୍ରୀ କଲେଜର ଅଧ୍ୟାପକ ଜି ନଗେଶ୍ୱର ରାଓଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସ ସୋମବାର ଚଢାଉ କରିଛି । ପାରଳାଖେମୁଣ୍ଡି ସ୍ଥିତ ରାଧାଗୋବିନ୍ଦ ନଗର ୨ୟ ଲାଇନରେ ଥିବା ତାଙ୍କ ଘରୁ ନଗଦ ୩୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଅଧ୍ୟାପକ ରାଓଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ଆଜି ଏହି ଚଢ଼ାଉ ହୋଇଛି । ଅଧ୍ୟାପକଙ୍କ କଲେଜ, କାର୍ଯ୍ୟାଳୟ, ପୈତୃକ ବାସଭବନ, ଶ୍ୱଶୁର ଘର, ଦୋକାନ ଗୃହ ସହ ୬ ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ଅନୀଲ ପାତ୍ର ସୂଚନା ଦେଇଛନ୍ତି।

Comments are closed.