ଓଡିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ କଲ୍ୟାଣ ବିଭାଗର ଉପପ୍ରବନ୍ଧକଙ୍କ ଘରେ ଭିଜିଲାନ୍ସ ଚଢାଉ

ବାସୁଦେବପୁର : ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଓଡିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ କଲ୍ୟାଣ ବିଭାଗର ଉପପ୍ରବନ୍ଧକ ଥିବା ପ୍ରତାପ କୁମାର ସାମଲଙ୍କ  ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ବାସୁଦେବପୁର ସ୍ଥିତ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆକଳନ କରିଛି ଭିଜିଲାନ୍ସ ବିଭାଗ । ଆଜି ସକାଳ ୬ଟାରୁ ବାସୁଦେବପୁର ଠାରେ ଏକ ୧୧ଜଣିଆଟିମ ବାସୁଦେବପୁରରେ ପହଂଚି ଥିଲା । ତେବେ ବାସୁଦେବପୁର ସିନେମା ରୋଡ ଠାରେ ତାଙ୍କର ଭଡା ଲାଗିଥିବା ୪ମହଲା କୋଠା ଘରେ ପହଂଚି ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆକଳନ କରୁଛି।  ବାସୁଦେବପୁର ସମେତ ଏକକାଳୀନ ମୋଟ ୯ଟି ଜାଗାରେ ଚଢାଉ ହେଉଥିବା ଜଣାପଡିଛି । ଏହି ସମୟରେ ଜରୁରୀ କାଗଜପତ୍ର ହସ୍ତଗତ ହୋଇଥିବା ବେଳେ ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ନାହିଁ।

Comments are closed.