କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଗଜପତି: ଗଜପତି ଜିଲ୍ଲା ରାୟଗଡ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ନେଇ ମଙ୍ଗଳବାର ଖବର ମିଳିଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋରରୁ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଭିଜିଲାନ୍ସର ମିଳିତ ଚଢାଉ ଜାରି ରହିଛି। ଭିଜିଲାନ୍ସ ବିଭାଗର ୫ଟି ଟିମ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ବିହାର ଠାରେ କେ.ନାଗେଶ୍ବର ସେନାପତୀଙ୍କ ବସଭବନ, ବ୍ରହ୍ମପୁର ସ୍ଥିତ ଶାଳକ ଘର, ଆସିକା ସ୍ଥିତ ପୈତୃକ ବାସ ଭବନ, ରାୟଗଡ଼ ସରାକରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ଛଅମାଇଲ ଠାରେ ପାର୍ଟନରସିପରେ ଚାଲିଥିବା ଇଟା ଫେକ୍ଟ୍ରୀ ଉପରେ ମଧ୍ୟ ଚଢାଉ କରାଯାଇଛି।ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.