ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ୩ ଯନ୍ତ୍ରୀ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ୩ ଯନ୍ତ୍ରୀ। ସେମାନଙ୍କଠାରୁ ୩ଲକ୍ଷ ୧୧ହଜାର ଟଙ୍କା ଜବତ ହୋଇଛି। ଏହି ମାମଲାରେ ଆଜି ସମନ୍ବୀତ ଆଦିବାସୀ ଉନ୍ନୟନ ସଂସ୍ଥାର ୩ଜଣ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ପକ୍ଷରୁ ଅଟକ ରଖାଯାଇଛି। ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଓ ବୈକୁଣ୍ଠ ବେହେରାଙ୍କୁ ଭିଜିଲାନ୍ସ ପକ୍ଷରୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ସରକାରୀ ଗାଡ଼ିରେ ୩ଲକ୍ଷ ୧୧ହଜାର ଟଙ୍କା ନେଇ ଯାଉଥିବାବେଳେ ପାପଡ଼ାହାଣ୍ଡି ମୃଗବିହାର ପାଖରୁ ୩ଜଣ ଯନ୍ତ୍ରୀଙ୍କୁ ଧରିଥିଲା ଭିଜିଲାନ୍ସ।

Comments are closed.