ଭିଜିଲାନ୍ସ ଜାଲରେ କୋଟିପତି ଆକାଉଣ୍ଟାଣ୍ଟ

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟରେ ଜୁନିଅର ଏକାଉଣ୍ଟଟେଣ୍ଟ ଭାବେ କାର୍ୟ୍ୟରତ କମ୍ବୁପାଣି ମିଶ୍ରଙ୍କ ବରଗଡ଼ସ୍ଥିତ ଖଜୁରଟିକ୍ରା ଭଡ଼ାଘର ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଥିଲା। ଏହା ସହିତ ତାଙ୍କ ବଲାଙ୍ଗିର ଠିକାଦାର ପଡ଼ା ଓ ସୋନପୁର ବାସଭବନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଶ୍ରୀ ମିଶ୍ରଙ୍କ ପାଖରେ ଆୟ ବହିର୍ଭୂତ ୧ କୋଟି ୯୧ ଲକ୍ଷ ୬୩ହଜାର ୧୭୪ ଟଙ୍କାର ସମ୍ପତି ଠାବ କରାଯାଇଛି ା ଶ୍ରୀ ମିଶ୍ରଙ୍କ ସମ୍ପତି ବାବଦକୁ ୨ଟି ଦୁଇମହଲା ବିଶିଷ୍ଟ ଘର, ୪୧ଟି ପ୍ଲଟ, ଗୋଟିଏ ଦୁଇଚକିଆ ଗାଡ଼ି, ବିଭିନ୍ନ ବ୍ୟାଙ୍କର ଜମା, ସୁନା ଅଳଙ୍କାର ଆଦିଥିବା ଜଣାଯାଇଛି ା ଦୁଇଟି ଦୁଇମହଲା ଘରର ମୂଲ୍ୟ ୮୪ଲକ୍ଷ ୨୭ହଜାର ୭୫୯, ୪୧ଟି ପ୍ଲଟର ମୂଲ୍ୟ ୩୬ ଲକ୍ଷ ୭୩ହଜାର ୯୦୦, ଟିଭିଏସ ଜୁପିଟର ୫୫ହଜାର, ବିଭିନ୍ନ ବ୍ୟାଙ୍କରେ ଜମା ୬୦ଲକ୍ଷ ୭୩ହଜାର ୯୩୪, ସୁନାଗହଣା ୧ ଲକ୍ଷ ୪୭ ହଜାର ୩୫୮ ଓ ନଗଦ ୬୧ ହଜାର ୧୬୧ଟଙ୍କା, ଘରକରଣା ଜିନିଷ ୭ ଲକ୍ଷ ୧୯ ହଜାର ୬୪ ଟଙ୍କା ଥିବାର ଆକଳନ କରାଯାଇଛି ା

Comments are closed.