ସିମୋର ପଞ୍ଚାୟତରେ ଖୋର୍ଦ୍ଧା ଦୁର୍ନୀତି ନିବାରଣ ବିଭାଗ ଟିମର ତଦନ୍ତ

ବେଗୁନିଆ -ବେଗୁନିଆ ବ୍ଲକର ସିମୋର ପଞ୍ଚାୟତର ପୂର୍ବତନ ସରପଞ୍ଚ ସରୋଜିନୀ ଖୁଣ୍ଟିଆ ଙ୍କ କାର୍ଯ୍ୟକାଳ ସମୟରେ ବହୁ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଥିବାର ସାମାଜିକ କର୍ମୀ ଗୌର ଚରଣ ପ୍ରହରାଜ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏପରିକି ଉଚ୍ଚ କର୍ତ୍ତୃପକ୍ଷ ଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଦୁର୍ନୀତି ନିବାରଣ ବିଭାଗରେ ଅଭିଯୋଗ କରିଥିଲେ ।

ଖୋର୍ଦ୍ଧା ଭିଜିଲାନ୍ସ ବିଭାଗ ଇନିସ୍ପେକ୍ଟର ଚନ୍ଦ୍ରକଳା ଜେନାଙ୍କ ନେତୃତ୍ୱରେ ଏକ ତିନି ଜଣିଆ ତଦନ୍ତକାରୀ ଦଳ ପଞ୍ଚାୟତ ରେ ପଂହଁଚି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଫାଇଲ ଗୁଡିକ ମାଗି ଯାଞ୍ଚ କରିଥିଲେ ।ପରେ କିଛି କାର୍ଯ୍ୟର କାଗଜ ପତ୍ର ବ୍ଲକରେ ଥିବାରୁ ତଦନ୍ତକାରୀ ଦଳ ବ୍ଲକରେ ପଂହଁଚି କାଗଜପତ୍ର ଯାଞ୍ଚ କରିଥିବାର ଜଣାପଡିଛି ।

Comments are closed.