ଭିଜିଲାନ୍ସ ଜାଲରେ ସାଳନ୍ଦୀ କେନାଲ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ

ଭଦ୍ରକ/ଡେସ୍କ: ଭିଜିଲାନ୍ସ ଜାଲରେ ସାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସାଳନ୍ଦୀ କେନାଲ ଡିଜନର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କ ସରକାରୀ କ୍ବାର୍ଟରରେ ଚଢ଼ାଉ ଜାରି ରଖିଛି। ସରକାରୀ କ୍ୱାର୍ଟର ସମେତ ଶ୍ରୀମନ୍ତଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଶ୍ରୀମନ୍ତ ସେଠୀଙ୍କ ବାଲେଶ୍ୱର ପୈତୃକ ଘର ଓ ଶ୍ୱଶୁର ଘର ଉପରେ ମଧ୍ୟ ଚଢ଼ାଉ ଚାଲିଛି। ସେ ନିଜ ଶଳାଙ୍କୁ ୫ ଲକ୍ଷ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଧରିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ଭିଜିଲାନ୍ସ ବିପୁଳ ଟଙ୍କା ଜବତ କରିଥିବା ଆମ ଭଦ୍ରକ ସମ୍ବାଦଦାତା ଜଣାଇଛନ୍ତି।

Comments are closed.