ଭିଜିଲାନ୍ସ ଜାଲରେ ସହକାରୀ ଜିଲ୍ଲାପାଳ

ରାଉରକେଲା: ଭିଜିଲାନ୍ସ ଜାଲରେ ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି । ରାଉରକେଲାର ସହକାରୀ ଜିଲ୍ଲାପାଳ ହେଉଛନ୍ତି ମନୋରଞ୍ଜନ ନାୟକ । ମନୋରଞ୍ଜନଙ୍କ ରାଉରକେଲାରେ ଥିବା ୨ଟି ଘର ସହ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଚଢ଼ାଉରେ ନିୟୋଜିତ ଅଛନ୍ତି ଜଣେ ଆଡିଶନାଲ ଏସପି, ୪ଜଣ ଡିଏସପି, ୫ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ । ତେବେ ଏବେ ଯାଏଁ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ସେନେଇ ବିଶେଷ ତଥ୍ୟ ମିଳିନାହିଁ ।

Comments are closed.