ପୁଲିସ କନ୍‍ଷ୍ଟେବଳଙ୍କ ଘରେ ଭିଜିଲାନ୍ସ ଚଢାଉ

0

ପାରଳାଖେମୁଣ୍ଡି : ଆଜି ଗଜପତି ଜିଲା ଭିଜିଲାନ୍ସ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡିର ଦୁଇ କନ୍‍ଷ୍ଟେବଳ ଙ୍କ ଘରେ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଥିବା ଜଣାପଡ଼ିଛି। ଏହି ଦୁଇ କନ୍‍ଷ୍ଟେବଲ୍‍ ହେଉଛନ୍ତି ରଞ୍ଜିତ ଲିମ୍ମା ଓ ତନୁଜ ସାବତ। ରଞ୍ଜିତ ଜିଲା ହାବିଲ୍‍ଦାର୍‍ ଓ କନ୍‍ଷ୍ଟେବଲ୍‍ ସଂଘର ସଭାପତି ଥିବା ବେଳେ ତନୁଜ ପୁଲିସ ଆର.ଆଇ ଅଫିସ୍‍ରେ କାର୍ଯ୍ୟରତ ଅଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢାଉ ଏକକାଳୀନ ୫ଟି ସ୍ଥାନରେ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କର କେତେ ସମ୍ପତ୍ତି ଅଛି ତା’ର ହିସାବ ଚାଲିଛି।

Comments
Loading...