ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଉମରକୋଟ ଅନ୍ତର୍ଗତ ସିଙ୍ଗିଶାରୀ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଗୁରୁବାର ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଜିଆରଏସ ହିମାଂଶୁ ବାଘଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୮୩ ହଜାର ଟଙ୍କା ଜବତ ହୋଇଛି ବୋଲି ସୂଚନା ମିଳିଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.