ଭିଜିଲାନ୍ସ ପକ୍ଷରୁ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି। ଏଥି ପୂର୍ବରୁ ବ୍ରହ୍ମପୁରସ୍ଥିତ ତାଙ୍କ ନିଜସ୍ଵ ବାସଭବନ ସମେତ ସେରଗଡ଼, ପୁରୀରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ସେରଗଡ଼ରେ ଶ୍ରୀ ପାଢ଼ୀଙ୍କ କ୍ରସର ଚାଲୁଥିବା ବେଳେ, ଗୁଣୁପୁରରେ କିଛି ମିଳିନାହିଁ । ସବୁ ସ୍ଥାନରେ ଚଢ଼ାଉ ସରିବା ପରେ , ସବିଶେଷ ବିବରଣୀ ମିଳିପାରିବ ବୋଲି ଭିଜିଲାନ୍ସ ଡିଏସପି ହେନେରୀ କୁଲୁ ସୂଚନା ଦେଇଛନ୍ତି ।

Comments are closed.