ନକ୍ସା ଅଙ୍କନକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର : ବଲାଙ୍ଗୀରରେ ଜଣେ ନକ୍ସା ଅଙ୍କନକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ନେଇ ସୋମବାର ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନକ୍ସା ଅଧିକାରୀ ଜୀବଦୀଶ ପାତ୍ରଙ୍କ ଘରେ ଚଢାଉ କରାଯାଇଛି। ଆଦର୍ଶପଡାର ନିଜ ଓ ସମ୍ପର୍କୀୟଙ୍କ ଘର ସହ କଲେଜଛକ ସ୍ଥିତ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି। ପୁଇଁତଳା ସିକାବେହେଙ୍ଗା ଗାଁରେ ପୈତୃକ ଘରେ ମଧ୍ୟ ଚଢାଉ କରାଯାଇଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Comments are closed.