ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି। କିରାଣୀ ଉଦୟନାଥ ଜେନାଙ୍କର ୩ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ରାଜନଗରର ପୈତୃକ ଘର, ଭୁବନେଶ୍ୱର କାର୍ଯ୍ୟାଳୟ ଓ ସୁନ୍ଦରପଦା ଘରେ ଚଢାଉ କରାଯାଇଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.