ଭିଜିଲାନ୍ସ ଜାଳରେ ରାଜସ୍ୱ ନିରୀକ୍ଷକ

ଖଡ଼ିଆଳ : ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ତୁକଲା ରାଜସ୍ୱ ନିରୀକ୍ଷକ ଦୀନମଣି ରାଉତରାୟ ଶନିବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତୁକଲା ଖଇରଭାଡ଼ି ଗ୍ରାମର ଯୁଗଳ କିଶୋର ଠେଲାଙ୍କଠାରୁ ନିକଟସ୍ଥ ଅର୍ଜୁନ ବାଲିଘାଟ କରାଇ ଦେବା ନେଇ ରାଜସ୍ୱ ନିରୀକ୍ଷକ ପ୍ରଥମେ ୧୦ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ୬ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ଏ ନେଇ ଯୁଗଳ ନୂଆପଡ଼ା ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରି ଅଭିଯୋଗ କରିଥିଲେ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ଚଢ଼ଉ କରି ଟଙ୍କା ଉଦ୍ଧାର କରିବା ସହ ରାଜସ୍ୱ ନିରୀକ୍ଷକ ଦୀନମଣି ରାଉତରାୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ନୂଆପଡ଼ା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଦଳ ଚଢ଼ଉ କରିଥିଲା।

Comments are closed.