ପ୍ରଧାନଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର : ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ବୋରଗାଁ ପ୍ରକଳ୍ପ ହାଇସ୍କୁଲର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କ ରାଇଘର ଅଞ୍ଚଳରେ ଥିବା ୩ଟି ବାସଭବନ, ଦୋକାନ ଘର, ଗୋଦାମ ଘର, ସ୍କୁଲ, ସମେତ ମୋଟ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ ପକ୍ଷରୁ ଏହି ଚଢାଉ କରାଯାଇଛି। ପ୍ରାୟ ୩୦ ଜଣ ଭିଜିଲାନ୍ସ କର୍ମଚାରୀ ୫ଟି ଭାଗରେ ବିଭକ୍ତ ହୋଇ ଏହି ଚଢାଉ କରିଛନ୍ତି। ଚଢାଉ ସମୟରେ ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ହସ୍ତଗତ ହୋଇଥିବା ସୂଚନା ମିଳିଛି।

Comments are closed.