ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚମାଗି କିରାଣୀ ଗିରଫ

କଟକ : ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଏକ ହଜାର ଟଙ୍କା ମାଗି ଶୁକ୍ରବାର ଭିଜାଲାନ୍ସ ହାତରେ ଧରାପଡ଼ିଲେ ଜଣେ ସ୍ବାସ୍ଥ୍ୟବିଭାଗର କିରାଣୀ । ଧରପଡ଼ିଥିବା ଅଭିଯୁକ୍ତ ଜଣଙ୍କ ହୃଦାନନ୍ଦ ଲେଙ୍କା । ସେ କଟକ ଜିଲାର କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କିରାଣୀ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରଶ୍ମି ରଞ୍ଜନ ସାମନ୍ତରାୟ ତାଙ୍କ ମାଆଙ୍କ ମୃତ୍ୟ ପ୍ରମାଣ ପତ୍ର ଆଣିବାକୁ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ତାଙ୍କୁ ସ୍ବାସ୍ଥ୍ୟ ବିଭାଗର କିରାଣୀ ଦାୟିତ୍ବରେ ଥିବା ଜଣେ କର୍ମଚାରୀ ଏକ ହଜାର ଟଙ୍କା ମଗିଥିଲେ। ଘଟଣା ସ୍ଥଳରେ କଟକ ଭିଜିଲାନ୍ସ ପହଞ୍ଚି ଟଙ୍କା ଜବତ କରିବା ସହ ସମ୍ପୃକ୍ତ କିରାଣୀକୁ ଗିରଫ କରିଛି।

 

Comments are closed.