ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

0

ଯାଜପୁର : ଯାଜପୁର ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସର କିରାଣୀଙ୍କ ଘ​‌ରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। କିରାଣୀଙ୍କ ନାମ ଚିନ୍ମୟ ବେହୁରା। ମଙ୍ଗଳବାର ଦିନ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୫ଟି ଟିମ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲା କାଳିଆପାଣି କରି ଉପନିର୍ଦେଶକଙ୍କ କାର୍ଯ୍ୟାଳୟରେ କିରାଣୀ ଥିବ ଚିନ୍ମୟଙ୍କ ନାମରେ ପୂର୍ବରୁ ବହୁ ଦୁର୍ନୀତି ଅଭିଯୋଗ ଥିଲା। ଅସତ ଉପାୟରେ ଶ୍ରୀ ବେହୁରା ନିଜ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ମଙ୍ଗଳବାର ସକାଳେ ଭିଜିଲାନ୍ସର ୫ଟି ଟିମ୍ ତାଙ୍କର କାଳିଆପାଣି ସ୍ଥିତ ଅଫିସ, ସୁକିନ୍ଦା ସ୍ଥିତ ଘର, ଶ୍ବଶୁର ଘର ଓ ପୈତୃକ ଘର ସହ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।

Leave A Reply