ଭିଜିଲାନ୍ସ ପଞ୍ଝାରେ ତହସିଲଦାର, ଅମିନ

କରଞ୍ଜିଆ: ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ରାଜସ୍ବ ବିଭାଗର ଦୁଇ ଜଣ କର୍ମଚାରୀ। ଦୁଇ କର୍ମଚାରୀ ହେଉଛନ୍ତି ମୟୁରଭଞ୍ଜ ଜିଲା ରରୁଆଁ ତହସିଲଦାର ସତ୍ୟସୁନ୍ଦର ରାଉତ ଓ ଅମିନ କମଳ ଲୋଚନ ପାତ୍ର।

ମିଳିଥିବା ସୂଚନା ଅନୁସାରେ, ତହସିଲଦାର ସତ୍ୟସୁନ୍ଦର ରାଉତ ଅଭିଯୋଗକାରୀଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ଅଭିଯୋଗକାରୀ ୨୫ ହଜାର ଟଙ୍କା ଦେଇ ସାରିଥିବା ବେଳେ ଏନେଇ ଭିଜିଲାନ୍ସକୁ ଅବଗତ କରିଥିଲେ। ଆଜି ଅଭିଯୋଗକାରୀଙ୍କଠାରୁ ତହସିଲଦାର ଶ୍ରୀ ରାଉତ ବାକି ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ କର୍ମଚାରୀମାନେ ମାଡ଼ି ବସିଥିଲେ। ଏହି ଲାଞ୍ଚ କାରବାର ସହିତ ଅମିନ କମଳ ଲୋଚନ ପାତ୍ର ମଧ୍ୟ ସଂପୃକ୍ତ ଥିବାରୁ ସେ ମଧ୍ୟ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଭିଜିଲାନ୍ସ ପକ୍ଷରୁ ସତ୍ୟସୁନ୍ଦର ରାଉତଙ୍କ ୪ଟି ସ୍ଥାନରେ ଓ କମଳ ଲୋଚନ ପାତ୍ରଙ୍କ ଗୋଟିଏ ସ୍ଥାନରେ ଚଢ଼ାଉ ଜାରି ରହିଛି।

Comments are closed.