ପିପିଟିରେ ଭିଜିଲାନ୍ସ ସଚେତନତା ସପ୍ତାହ

ପାରାଦୀପ ପୋର୍ଟ ଟ୍ରଷ୍ଟ ଦ୍ୱାରା ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରାଯାଇଛି । ସ୍ଥାନୀୟ ଅଫିସର୍ସ କ୍ଲବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ପିପିଟି ଅଧ୍ୟକ୍ଷ  ରିଙ୍କେଶ ରାୟ ଯୋଗ ଦେଇ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ସମ୍ମାନିତ ଅତିଥି ଭାବରେ ଏ.କେ.ବୋଷ ଯୋଗ ଦେଇଥିବାବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସାମାଜିକ ଦୂରତ୍ବ ବଜାୟ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଅଧିକାରୀ ନିହାର ରଞ୍ଜନ ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.