ରାଜ୍ୟ ପୁଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ

କଟକ: ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଆର.ପି କୋଚେ ଉପସ୍ଥିତ ରହି ମୁଖ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମସ୍ତ କାର୍ଯ୍ୟରେ ସାଧୁତା ,ସ୍ୱଚ୍ଛତା ବଜାୟ ରଖିବା ସହ ଜୀବନର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ମୂଳୋତ୍ପାଟନ ପାଇଁ ବିନା ଦ୍ୱିଧାରେ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଆଇ.ଜି ରେଖା ଲୋହାନିଙ୍କ ସମେତ ସମସ୍ତ ଏ.ଆଇ.ଜି, ସମସ୍ତ ସଂସ୍ଥା ଅଧିକାରୀ,ଉପବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ।

Comments are closed.