ଭିଜିଲାନ୍ସ ଜାଲରେ ଡାକ୍ତର

କନ୍ଧମାଳ: କନ୍ଧମାଳ ଜିଲା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର୍‌ ଡାକ୍ତର ନିଶିଥ ନିଶାଙ୍କ ମାଲୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବୁଧବାର ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡା. ମାଲୁଙ୍କୁ ଗିରଫ କରିଛି ବ୍ରହ୍ମପୁର ଭିଜିଲାନ୍ସ।

ସୂଚନା ଅନୁସାରେ, ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ବେଣୁ ପାଣି ଦିଗାଲଙ୍କ ୪୨ ହଜାର ଟଙ୍କାର ଏକ ବିଲ୍‌କୁ ପାସ୍‌ କରିବା ପାଇଁ ଡାକ୍ତର ମାଲୁ ତାଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମାର୍ଚ୍ଚ ୩୧ ତାରିଖ ଦିନ ଟଙ୍କା ଆଣିଲେ ବିଲ୍ କରିଦେବେ ବୋଲି କହିଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ ଆଜି ଡାକ୍ତର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ପ୍ୟାଣ୍ଟ ପକେଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାସହ ଡାକ୍ତର ନିଶିଥଙ୍କ ଫିରିଙ୍ଗିଆ ଘର ଓ ଭୁବନେଶ୍ବର ସୁନ୍ଦରପଦା ସ୍ଥିତ ଘରେ ମଧ୍ୟ ଚଢାଉ ଚାଲିଛି।

 

Comments are closed.