ଭିଜିଲାନ୍ସ ଜାଲରେ ଏସଡିଏମଓ

ରେଢାଖୋଲ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ ସାହୁ। ଅସ୍ତ୍ରୋପଚାର ପାଇଁ ରୋଗୀ ସମ୍ପର୍କୀୟଙ୍କଠାରୁ ୫୫୦୦ ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ଯୋଜନା ମୁତାବକ ଏହି ସମୟରେ ସମ୍ବଲପୁର ଭିଜିଲାନ୍ସ ଚଢାଉ କରି ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।