ଭିଜିଲାନ୍ସ ହାତରେ ବନବିଭାଗ ଡିଏଫଓ

ଭୁବନେଶ୍ବର : ଗଜପତି ଜିଲା ପାରାଳାଖେମୁଣ୍ଡି ଅନ୍ତର୍ଗତ ରାମଗିରି ବନ ବିଭାଗ ଡିଏଫଓ  ୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁଯାୟୀ, କୃଷ୍ଣ ଚନ୍ଦ୍ର କାର୍ଜିଙ୍କ ବିରୋଧରେ କୌଣସି ମାମଲା ନ କରିବା ପାଇଁ ବନବିଭାଗ ଡିଏଫଓ ଦିବାକର ତାଙ୍କୁ ୫ହଜାର ଟଙ୍କା ମାଗିଥିଲେ। ଏହି ସମୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ଘଟଣା ସ୍ଥଳରୁ ୫ ହଜାର ଟଙ୍କା ଜବତ କରିବା ସହ ଦିବାକରଙ୍କୁ ଗିରଫ କରାଯାଇଛି।

Comments are closed.