କ୍ୟାଶିୟରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠାବ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିେଯାଗରେ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି)ର କ୍ୟାଶିୟର ଅଶୋକ କୁମାର ନନ୍ଦଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ଅଦାଲତଙ୍କ ନିର୍ଦେଶ ବଳରେ ବୁଧବାର ଶ୍ରୀ ନନ୍ଦଙ୍କ ଭାଟିଶାଳଗୁଡାସ୍ଥିତ ବାସଭବନ, ଇଚ୍ଛାବାଟିଗୁଡା ଏବଂ କାର୍ଯ୍ୟାଳୟ ଉପରେ ଏକସଙ୍ଗେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ଶ୍ରୀ ନନ୍ଦଙ୍କ ନବରଙ୍ଗପୁରରେ ଦୁଇଟି ଦୁଇମହଲା କୋଠାଘର, ୧୪ଟି ପ୍ଲଟ, ୪ଟି କାର, ୫ଟି ବାଇକ, ଗୋଟିଏ ଟ୍ରାକ୍ଟର, ସୁନା ଓ ରୂପା ଅଳଙ୍କାର ଆଦି ଥିବା ଜଣାପଡିଛି। ଶ୍ରୀ ନନ୍ଦଙ୍କର ୧େକାଟି ୨୫ଲକ୍ଷ ୬୩ ହଜାର ୭୧୩ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଆକଳନ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।

Comments are closed.