ଆକାଉଣ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ବରଗଡ଼ : ବରଗଡ଼ ଜିଲା ଅନ୍ତର୍ଗତ ବିଜେପୁର ଏନ୍‌ଏସି ଅଫିସ୍‌ର ଆକାଉଣ୍ଟାଣ୍ଟ ମାନସ କୁମାର ଦାଶ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ମଙ୍ଗଳବାର ଭିଜିଲାନ୍ସ କାବୁ କରିଛି। ଏନ୍‌ଏସି ଅଫିସରେ ଭଡ଼ାରେ ଲାଗିଥିବା ଏକ ବୋଲେରୋ ଗାଡ଼ିର ବକେୟା ଟଙ୍କା ମଞ୍ଜୁର କରିବା ପାଇଁ ସେ ୧୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଗାଡ଼ିମାଲିକ ସମ୍ବଲପୁର ଜିଲା ଅନ୍ତର୍ଗତ ଧମା ନିବାସୀ ମଦନ ମେହେର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଯୋଜନା କରି ଲାଞ୍ଚ ନେଉଥିବା ସମୟରେ ଆକାଉଣ୍ଟାଣ୍ଟ ଶ୍ରୀ ଦାଶଙ୍କୁ କାବୁ କରାଯାଇଥିଲା।

Comments are closed.