ଲାଞ୍ଚ ଅଭିଯୋଗରେ ସତ୍ୟବାଦୀର ପଞ୍ଚାୟତ ଅଧିକାରୀ ଗିରଫ

ପୁରୀ/ଭୁବନେଶ୍ବର : ଲାଞ୍ଚ ନେବା ଅଭିଯୋଗରେ ପୁରୀ ଜିଲା ସତ୍ୟବାଦୀର ପଞ୍ଚାୟତର ଜିଆରଏସ ଅଧିକାରୀ ଛବି ନାରାୟଣ ପଣ୍ଡା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ମିଳିଥିବା ସୂଚନନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇ ଦେବାକୁ ଅଧିକାରୀ ଛବି ନାରାୟଣ ପଣ୍ଡା ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ପଞ୍ଚାୟତର ବାଁବରଡ଼ା ଗାଁର ଇନ୍ଦ୍ରମଣି ପଣ୍ଡାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶନିବାର ସକାଳେ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନନ୍ସ ତାଙ୍କୁ ଧରିଥିଲା। ଛବି ନାରାୟଣ ପଣ୍ଡାଙ୍କ ଠାରୁ ୫ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି।

Comments are closed.